ଡେଲିଭରି ବୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ
ଶ୍ରମିକ ସୁରକ୍ଷା କଲ୍ୟାଣ ଯୋଜନାରେ ସାମିଲ ହେଲେ ଆଉ ୫୦ ବର୍ଗ । ଏହି ବର୍ଗରେ ଆସୁଥିବା ବ୍ୟକ୍ତି ବେଶେଷଙ୍କ ପରିବାର ପାଇଁ ଏକ ଆଶ୍ଵସ୍ତିକର ଖବର । ଏଣିକି ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କା ପାଇ ପାରିବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏହି ବର୍ଗରେ ସାମିଲ ହୋଇଥିବା ବର୍ଗ ଗୁଡିକ ହେଲା – (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ, (୩) ମହାରଣା, (୪) ମତ୍ସ୍ୟଜୀବୀ, (୫) କମାର, (୬) ରେଳବାଇ କୁଲି, (୭) ମାଲ ଲୋଡିଂ ଏବଂ ଅନ୍ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, (୮) କୁମ୍ଭାର, (୯) ପଥର ଶିଳ୍ପୀ ଏବଂ ସହାୟକ, (୧୦) ଜରି ଗୋଟାଳି, (୧୧) ପରିମଳ କର୍ମଚାରୀ, (୧୨) ରଜକ/ ଲଣ୍ଡ୍ରୀ ଓ Dry Cleaner କର୍ମଚାରୀ, (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, (୧୪) କତା ଶିଳ୍ପ ଶ୍ରମିକ, (୧୫) ଲୋକକଳା କଳାକାର, (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ, (୧୭) ମାଂସ କଟାଳି, (୧୮) ରତ୍ନ ପଥର ତଥା ସୁନାରୂପା କାରିଗର, (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ, (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର,
(୨୧) ୱେଲ୍ଡିଂ କାରିଗର, ୱେଲ୍ଡିଂ ସହାୟକ, (୨୨) ଇଲେକ୍ଟ୍ରିସିଆନ, (୨୩) ପାଣି ପାଇପ ମିସ୍ତ୍ରୀ, (୨୪) Tool Maker, Dye Maker, ରଙ୍ଗ ପ୍ରସ୍ତୁତକାରୀ, (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ, (୨୬) ମାଳି, (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ, (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ, (୨୯) ଫୁଲ ଦୋକାନୀ, (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ, (୩୨) ମନୋରଞ୍ଜନ କଳାକାର, (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ, (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ, (୩୫) ସିନେମା ହଲ୍ ବୁକିଂ କ୍ଲର୍କ, (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୭) ସମସ୍ତ ପ୍ରକାର କାରିଗର, (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୯) ଡଙ୍ଗା ଚାଳକ/ସହାୟକ, (୪୦) Snacks ମିକ୍ସଚର୍ ଫ୍ୟାକ୍ଟ୍ରି ଶ୍ରମିକ, (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ, (୪୨) ସ-ମିଲ୍ ଶ୍ରମିକ, (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି, (୪୪) କେୟାରଟେକର/ହାଉସ କିପର/Bedside Attendant, (୪୫) କେକ୍/କ୍ୟାଣ୍ଡି ପ୍ରସ୍ତୁତକାରୀ, (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ, (୪୭) ଡାଇରୀ ପ୍ରଡକ୍ଟ ପ୍ରସ୍ତୁତକାରୀ, (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ, (୪୯) ଡେଲିଭରୀ ବଏ, (୫୦) କୃଷି ଶ୍ରମିକ (Cultivator) ।
ତେବେ ଏହି ଖବର ପରେ ସାମିଲ ହୋଇଥିବା ବର୍ଗର ବ୍ୟକ୍ତି ଆଶ୍ଵସ୍ତି ହୋଇଥିବା ଦେଖିବାକୁ ମିଳିଛି ।