ଅପରେସନ ‘କଗାର’ରେ ମଲେଣି ୫୦ ମାଓବାଦୀ

୩ ମାସରେ ୫୦ମାଓବାଦୀ ମୃତ

୩ ମାସରେ ୫୦ମାଓବାଦୀ ମୃତ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କରିଛି ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଉଦ୍ଧ୍ୱର୍ କମ୍ରେଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶକୁ ମାଓମୁକ୍ତ କରିବାକୁ ଅପରେସନକୁ ଜୋରଦାର କରିଛନ୍ତି ଯବାନ । ୩ ମାସରେ ଟଳିଲେଣି ୫୦ ମାଓବାଦୀ । ଅପରେସନ ‘କଗାର’ରେ ୫୦ ମାଓବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ ଓ ପୋଲିସ । ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନକାଉଣ୍ଟର ବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଦେଶର ବିଭିନ୍ନ ମାଓପ୍ରବଣ ରାଜ୍ୟରେ ଏହି ଅପରେସନ ଚାଲିଥିବା ବେଳେ ବିଶେଷ କରି ଓଡ଼ିଶା ଛତିଶଗଡ଼ ସୀମାରେ ସବୁଠୁ ଅଧିକ ଏନକାଉଣ୍ଟର ହୋଇଛି । ଯାହାକୁ ବିରୋଧ କରି ବନ୍ଦ ଡାକରା ଦେଇଛି ମାଓବାଦୀଙ୍କ ରିଜନାଲ ବ୍ୟୁରୋ । ଏହି ଅପରେସନ ପ୍ରତିବାଦରେ ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି