୫ ଟନ୍ ବିସ୍ଫୋରକ ଲୁଟ ଘଟଣା: ମାଷ୍ଟରମାଇଣ୍ଡ ଗିରଫ

୫ ଟନ୍ ବିସ୍ଫୋରକ ଲୁଟ ଘଟଣା: ମାଷ୍ଟରମାଇଣ୍ଡ ଗିରଫ

ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବାଙ୍କ ଖଣିରୁ ୫ ଟନ୍ ବିସ୍ଫୋରକ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ମାଷ୍ଟରମାଇଣ୍ଡ ଗିରଫ । ଲୁଟ ମାମଲାରେ ମାଓବାଦୀଙ୍କ ସହଯୋଗୀକୁ ବାନ୍ଧିଛି ପୋଲିସ । ବର୍ତ୍ତମାନ ମୁଖ୍ୟ ମାଓବାଦୀଙ୍କ ସହଯୋଗୀ ବା ଇନଫର୍ମର ଜର୍ଜ ମୁଣ୍ଡାକୁ ଗିରଫ କରିଛି ପୋଲିସ । ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ଓଡିଶା ଝାଡ଼ଖଣ୍ଡ ସୀମା ରୁ ୩.୮ ଟନ ରୁ ଅଧିକ ବିସ୍ପୋରକ ଜବତ ହୋଇଛି ଆହୁରି ପ୍ରାୟ ଏକ ଟନରୁ ଊର୍ଦ୍ଧ୍ବ ବିସ୍ପୋରକ ଜବତ ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।  ଗତ ୨୭ ତାରିଖ ଦିନ ବାଙ୍କ ଖଣିରେ ପ୍ରାୟ ୩୦ ରୁ ୪୦ ଜଣ ମାଓବାଦୀ ଆସିଥିଲେ ।   ତାଙ୍କ ମଧ୍ୟରୁ ୧୦ରୁ ୧୫ଜଣ ବନ୍ଧୁକ ଧାରୀ ମାଓବାଦୀ ଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ SIT ଗଠନ ହୋଇଥିଲା । NIA ମଧ୍ୟ ତଦନ୍ତ ଆରମ୍ଭ କରିଥିଲା ।  ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ଟିମ୍ । ତଦନ୍ତ ପରେ ଜଣା ପଡିଥିଲା , ବାଙ୍କ ଖଣି ସମ୍ମୁଖରେ ଥିବା ଏକ ଘରେ ହୋଇଥିଲା ଲୁଟର ସମ୍ପୂର୍ଣ୍ଣ ପ୍ଲାନିଂ।