୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ
୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୧୯ ମସିହାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚିଥିଲେ ଏକତାଳି ଗାଁର ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣିଥିଲେ। ପରେ ତାଙ୍କୁ ତାଙ୍କ ଘର ଆଗରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ। ୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍ରେ ଗାଁରେ ବୁଲିଥିଲେ। ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ସେହି ରାତିରେ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ। ୫୩ ଜଣଙ୍କ ସାକ୍ଷୀଙ୍କ ବୟାନ୍, ୯୪ଟି ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ୫ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।