ରାଜ୍ୟରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ
ଅଧିକ ଟେଷ୍ଟିଂ ହେଉଛି କମ ବାହାରୁଛି ଆକ୍ରନ୍ତଙ୍କ ସଂଖ୍ୟା । ଗତକାଲି ୫୦୦ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ୫ ଜଣ ପଜିଟିଭ ବାହାରିଥିବାବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଲକ୍ଷଣ ଥିବା ଲୋକେ ଘରେ ରହିବାକୁ କୁହାଯାଇଛି । ନୂଆ ବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୂରେଇ ରହିବା ପାଇଁ ସେ ଅପିଲ କରିଛନ୍ତି । ଘରେ ରହିବା ସହ ନିହାତି ଆବଶ୍ୟକ ହେଲେ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି । ଅନ୍ୟପଟେ ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଗତକାଲି ୬୯୨ ଟି ନୂଆ ମାମଲା ରେକର୍ଡ ହୋଇଥିଲା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାୟୀ, ମୋଟ ଆକ୍ଟିଭ୍ କେସ୍ ୪ଟିକୁ ବଢି ଆକ୍ରାନ୍ତ ସଂଖ୍ୟା ୪.୦୯୭ ରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁଯାୟୀ , ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି ।