ରାଜ୍ୟରେ ବଢୁଛି କରୋନା ସଂକ୍ରମଣ

୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨୩ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ତମାନ ରାଜ୍ୟରେ ଚିନ୍ତାଜନକ ସ୍ଥିତି ନାହିଁ । ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଭାରତରୁ ଚିହ୍ନଟ ହୋଇଛନ୍ତି କେରଳରୁ କେବଳ ୪୦ ପ୍ରତିଶତ ସଂକ୍ରମିତ ଚିହ୍ନଟ । ଯଦି ଥଣ୍ଡା କାଶ ଭଳି ଲକ୍ଷଣ ଦେଖାଯାଉଛି ତେବେ ନିଜକୁ ଆଇସୋଲେଟ କରି ରଖନ୍ତୁ । ବାହାରକୁ ଆସିଲେ ମାସ୍କ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ।