ଓଡ଼ିଶାରୁ ଆଉ ୫ କୋଭିଡ ପଜିଟିଭ୍ ଚିହ୍ନଟ
ଓଡ଼ିଶାରୁ ଆଉ ୫ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି। ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।ସେହିଭଳି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । ଏନେଇ ଆଜି ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଦେଶରେ କୋଭିଡ ସ୍ଥିତି ଓ ସଂକ୍ରମଣ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଭାରିଆଣ୍ଟ ମାଡ଼ି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆଇସିୟୁ ବେଡ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀ ଉପକରଣ ମହଜୁଦ ରଖିବାକୁ ସମସ୍ତ ହସ୍ପିଟାଲକୁ ପରାମର୍ଶ ଦିଆଯାଇଛି । କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହାଁନ୍ତି କେନ୍ଦ୍ର ସରକାର । ଏହା ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି ।
