ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା, ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର

ସାମିଲ ହେଲେ ୫ ଲକ୍ଷ ନୂଆ ଭୋଟର, ବାଦ୍ ପଡ଼ିଲେ ୧ ଲକ୍ଷ ୮୭ ହଜାର ୪୦୫

ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର । ସଂଶୋଧିତ ଭୋଟର ତାଲିକାରୁ ୧ ଲକ୍ଷ ୮୭ ହଜାର ୪୦୫ ଜଣ ବାଦ୍ ପଡ଼ିଛନ୍ତି । ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ ତାରିଖ ପର୍ୟ୍ୟନ୍ତ କରାଯାଇଥିଲା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ । ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର । ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତି । ଏହା ପଛକୁ ରହିଛି କଟକ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ୪୫ ହଜାର ୩୯୮ ଜଣ ନୂଆ ମତଦାତା ସାମିଲ ହୋଇଥିବା ବେଳେ କଟକ ଜିଲ୍ଲାରେ ୪୪ ହଜାର ୭୩୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରେ ୪୧ ହଜାର ୫୧୩ , ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭, ବାଲେଶ୍ୱର ଜିଲ୍ଲାରେ ୩୧ ହଜାର ୬ ଜଣ ଓ ବରଗଡ଼ ଜିଲ୍ଲାରେ ୨୩ ହଜାର ୬୮୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ସବୁଠୁ କମ୍ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ୪ ହଜାର ୬୧୦ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ଜାନୁଆରୀ ୫ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।