ମାସୁଦ ଅଜହରର ଭିଣୋଇ ୟୁସୁଫ ଅଜହରର ମୃତ୍ୟୁ
ଅପରେସନ ସିନ୍ଦୂରରେ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଆତଙ୍କବାଦୀ ପାକିସ୍ତାନର ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା (LeT) ସଂଗଠନର । ସେମାନେ ହେଲେ ଲସ୍କର ଆତଙ୍କୀ ମୁଦାସର ଖାଦିଆନ୍ ଖାସ୍, ଖଲିଦ୍ ଓରଫ ଅବୁ ଆକାଶ, ଜୈସ୍-ଏ-ମହମ୍ମଦ ଆତଙ୍କୀ ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର ଏବଂ ମହମ୍ମଦ ହାସନ୍ ଖାନ୍ ବୋଲି ଚିହ୍ନଟ ହୋଇଛନ୍ତି । ମହମ୍ମଦ ଜମିଲ ଏବଂ ୟୁସୁଫ ଅଜହର JeM ପ୍ରତିଷ୍ଠାତା ମାସୁଦ ଅଜହରର ଭିଣୋଇ ଥିଲେ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଭାରତ ସୀମାନ୍ତ ଅଞ୍ଚଳରେ ଘନ ଘନ ଫାୟାରିଂ ସହ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି ପାକିସ୍ତାନ, ଯାହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ଆକାଶରେ ହିଁ ଧ୍ୱଂସ କରିଦେଉଛି ।
