ଭୁବନେଶ୍ବର ଓ ବାଲେଶ୍ୱରରେ ଭୂକମ୍ପ ଝଟ୍କା
ଓଡ଼ିଶାରେ ଆଜି ସକାଳେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୁବନେଶ୍ବର, ବାଲେଶ୍ବର,ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ଜଣାଯାଇଛି।ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି। ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ରହିଛି। ଭୂକମ୍ପ ଦ୍ୱାରା କିଛି କ୍ଷୟ କ୍ଷତି ହୋଇନାହିଁ। ଆଜି ସକାଳେ ୬ଟା ୧୦ ମିନିଟ୍ରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ମୃଦୁ ଭୂକମ୍ପ ଅନୂଭୂତ ହୋଇଥିଲା। ଏହା ଭୂପୃଷ୍ଠରୁ୯୧ କିମି ଗଭୀରରେ ସୃଷ୍ଟି ହୋଇଥିଲା।
