ଆସାମରେ ୫.୦ ତୀବ୍ରତାର ଭୂକମ୍ପ ଝଟ୍କା
ଭୂକମ୍ପରେ ଥରିଲା ଆସାମ । ବିଳମ୍ବିତ ରାତିରେ ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଆସାମର ମୋରିଗାଁ ଜିଲ୍ଲାରେ ଏହି ଭୂକମ୍ପ ଝଟ୍କା ଲାଗିଛି । ଗୌହାଟୀ ଏବଂ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ଝଟ୍କା ଅନୁଭୂତ ହୋଇଛି । ବିଳମ୍ବିତ ରାତି ୨ଟା ୨୫ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗୌହାଟୀ, ସିଲଂ ଏବଂ ଆସାମର ଅନ୍ୟ କିଛି ସ୍ଥାନ ସମେତ ବାଂଲାଦେଶ, ଭୂଟାନ, ଚୀନରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଏହି ଝଟ୍କା ଲାଗିବାରୁ ଲୋକମାନେ ଭୟରେ ଉଠି ପଡିଥିଲେ । ତେବେ ଭୂକମ୍ପ ଜନିତ କୌଣସି ବଡ଼ କ୍ଷୟକ୍ଷତିରେ ସୂଚନା ନାହିଁ । ଗତ ୨୫ ତାରିଖ ସକାଳେ ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଭୁବନେଶ୍ବର, ବାଲେଶ୍ବର,ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍କା ଲାଗିଥିଲା । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧ ।
