ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଅନ୍ୟପଟେ ଦଳ ସଜଡା । ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି । ଚଳିତମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟ ୭ଟି ସାଂଗଠନିକ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତିଙ୍କୁ ଥଇଥାନ କରିବ । ନୂଆ ସଭାପତି ଚୟନ ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନଗୁଡ଼ିକ ସୁଦୃଢ଼ କରି ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ କିଛି ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ ଉଦ୍ଦେଶ୍ୟରେ ବିଜେଡି ଏବେ ନିଜର କିଛି ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱମୁକ୍ତ କରିବାକୁ ଚାହିଁଛି । ଯେଉଁ ଜିଲ୍ଲା ସଭାପତିମାନେ ଏବେ ବିଭିନ୍ନ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଜିଲ୍ଲା ସଭାପତି ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର, ରାଉରକେଲା ଓ ମୟୂରଭଞ୍ଜ ସଦର ସମେତ ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ଦଳ ପକ୍ଷରୁ ୩୦ଜଣ ପର୍ଯ୍ୟବେକ୍ଷକଙ୍କୁ(ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ବାଦ୍ ଦେଇ) ନିଯୁକ୍ତି ଦିଆଯାଇଛି । ତେବେ ସେହି ବିଜେଡି ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରୁ ୫ଜଣ ଏବେ ବିଭିନ୍ନ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଥିବାବେଳେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ବିଜେଡି ସଭାପତି ଦୀର୍ଘଦିନ ଧରି ଖାଲି ପଡ଼ିଛି ।
Related Posts
ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- User 003
- September 18, 2024
- 0
ନର୍ସ ଦେଇଦେଲେ ଭୁଲ ଇଞ୍ଜେକ୍ସନ, ରୋଗୀ ମୃତ !
- Jajati express Reporter
- August 12, 2023
- 0