ରାଜ୍ୟରୁ ତଡ଼ିପାର ହେଲେଣି ୪୯ ବାଂଲାଦେଶୀ
ରାଜ୍ୟରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠାଗଲାଣି। ତେବେ ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ଜଣେ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି।ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଉ ୨ ବାଂଲାଦେଶୀ ଜାଲ୍ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ମଧ୍ୟ ହୋଇଛି। ଏନେଇ ଗୃହରେ ବିସ୍ତୃତ ତଥ୍ଯ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
