ରାଜଧାନୀରେ ୪୬୦ ସ୍କୁଲ ବସ୍ରେ ଫିଟ୍ନେସ୍ ନାହିଁ
ଭୁବନେଶ୍ବରରେ ୪ଶହ ୬୦ଟି ସ୍କୁଲ ବସ୍ରେ ଫିଟ୍ନେସ୍ ନାହିଁ । ଭୁବନେଶ୍ବରରେ ୧୪୮୪ ସ୍କୁଲ ବସ୍ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୪୬୦ର ଫିଟ୍ନେସ୍ ନାହିଁ। ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଉତ୍ତର ରଖିଛନ୍ତି। ବିନା ଫିଟନେସ୍ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍ । ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ।
