ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାସ, ଜଣେ ଗିରଫ
STF ଜାଲରେ ଜାଲ୍ ନୋଟ୍ ରାକେଟ୍ । ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ । ଏତେ ପରିମାଣର ଜାଲ୍ ନୋଟ ସୋନପୁରରୁ ଜବତ ହୋଇଛି । ଏଥସହ ଜାଲ୍ ନୋଟ୍ ପ୍ରସ୍ତୁତି ସରଞ୍ଜାମ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି । ରାଜ୍ୟ ବାହାରକୁ ଜାଲ୍ ନୋଟ୍ ରାକେଟର ଚେର ଲମ୍ବିଥିବା ବେଳେ ଛତିଶଗଡ଼କୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ନକଲି ନୋଟଗୁଡିକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗର ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରିଣ୍ଟିଂ ପ୍ରେସକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୋନପୁର ଉଲୁଣ୍ଡାର ଦୀପକ ମେହେର । ଅଭିଯୁକ୍ତକୁ ବୀରମହାରାଜପୁର SDJM କୋର୍ଟରେ ହାଜର କରାଯାଇଛି ।
