ରାଉରକେଲା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା; ୧୧ ଜଣଙ୍କ ନାଁରେ ମାମଲା ରୁଜୁ
ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କଲା NIA । ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA I ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ, CPI ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିବା ଚାର୍ଜସି ଉଲ୍ଲେଖ କରାଯାଇଛି Iତେବେ ତଦନ୍ତ ବେଳେ, ଜଣାପଡିଛି ଏହି ୧୧ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରିବା ସହ ଅସ୍ତ୍ରଶସ୍ତ୍ର ଲଗାଇ ୨୦୦ ବିସ୍ଫୋରକ ପ୍ୟାକେଟ ଲୁଟି ନେଇଥିଲେ I ଯେଉଁଥିରେ ଗୋଟିଏ ପ୍ୟାକେଟରେ ୨୦ କେଜି ଲେଖାଏଁ ବିସ୍ଫୋରକ ମହଜୁ ଥିଲା Iଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ଼ ITMA ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣିକୁ ଯିବା ରାସ୍ତାରେ ଲୁଟ୍ କରିଥିଲେ I ଗତ ମେ’ ୨୭ରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମାନେ ଲୁଟ୍ କରିଥିଲେ I ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବା ସହ ଏବେବି NIA ତାର ତଦନ୍ତ ଜାରି ରଖିଛି I
