କୋଭିଡ୍ ସମୟରେ ହୋଇଛି ୪୦ ହଜାର କୋଟିର ଦୁର୍ନୀତି: ବିଜେପି
କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଛି । ଏଭଳି ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ । ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏଭି ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ସମୟରେ ରାଜ୍ୟ କରୋନା ବିରୋଧରେ ଲଢ଼େଇ କରୁଥିଲା, ସେତେବେଳେ ରାଜ୍ୟ ସରକାର ଲୁଟ୍ କରୁଥିବା ଅଭିଯୋଗ ଆଣିଛନ୍ତି ମନୋଜ ମହାପାତ୍ର । ପଂଚାୟତ, ଜିଲ୍ଲାପରିଷଦ, ପୌରାଂଚଳରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ ୪୦୦ କୋଟିରୁ ଅଧିକ ଫାଇନ ହୋଇଛି । କିନ୍ତୁ ରାଜ୍ୟ ସରକାର ଏସବୁ ଆଦାୟ କରୁନଥିବା ବିଜେପି ଅଭିଯୋଗ କରିଛି ।