ଗାଡ଼କଣରେ ‘ଆମ ବସ’ ସେବା ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଉଦ୍ଘାଟିତ ହେଲା ୪୦ ଟି ନୂତନ ଇ ବସ

ଉଦ୍ଘାଟିତ ହେଲା ୪୦ ଟି ନୂତନ ଇ ବସ । ଭୁବନେଶ୍ୱରର ଗାଡ଼କଣରେ ‘ଆମ ବସ ‘ ସେବା କୁ ଉଦଘାଟନ କରିଛନ୍ତୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଅବସରରେ ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଉଦଘାଟନ ଅବସରରେ ମନ୍ତ୍ରୀଙ୍କ ସହ ଟ୍ରାନ୍ସପୋର୍ଟ ବିଭାଗର ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ରହିଥିଲେ । ୪୦ ଟି ବସକୁ ମିଶାଇ ରାଜ୍ୟରେ ବସ ସଂଖ୍ୟା ୧୮୦ କୁ ବୃଦ୍ଧି ହୋଇଚି । ୬ ଟି ସହରରେ ଏହି ବସ ସେବା ମିଳିବ । ପ୍ରଦୂଷଣ ମୁକ୍ତ ସହ ସବୁଜ ସଙ୍କେତ ଦେବ ଏହି ଆମ ବସ ସେବା । ପୁରୀ, କଟକ, ରାଉରକେଲା , ବ୍ରହ୍ମପୁରରେ ଚାଲୁଛି ଏହି ଇ ବସ । ଆଗକୁ କେନ୍ଦ୍ର ସରକାର୍ ଆହୁରି ୪୦୦ ଇ ବସ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *