କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ ଉଦ୍ଧାର
କେଦାରନାଥରେ ଫସିଥିବା ୪ ଓଡିଆ କାଉଡିଆ ସୁରକ୍ଷିତ ଉଦ୍ଧାର । କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ସଦର ଥାନା ଅଞ୍ଚଳର ୪ ଜଣ କାଉଡ଼ିଆ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪ ଦିନ ଧରି ଫଶି ରହିବା ପରେ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସକାଳ ୭ଟାରୁ ପାଦରେ ଚାଲି ଚାଲି ଅପରାହ୍ନ ୩ଟାରେ ସୋନପ୍ରୟାଗଠାରେ ପହଞ୍ଚିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାବାହିନୀ ଏସଡିଆରଏଫ,ଏନଡିଆରଏଫ ଓ ବାୟୁସେନା ନିୟୋଜିତ ହୋଇଛନ୍ତି । ଦୀର୍ଘ ୪ ଦିନ ହେଲାଣି ଉଦ୍ଧାର କାର୍ଯ୍ୟ ଜାରିରହିଛି ।
କେଦାରନାଥରେ ଜଳାଭିଷେକ ପାଇଁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ସରୁଆଳୀ ଗ୍ରାମର କାର୍ତ୍ତିକେଶ୍ୱର ଖିଲାର, ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ, ଦୋବଲାପାଳ ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ ଓ ସଦର ଥାନା କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ ମିଶି ଗତ ୨୭ ତାରିଖ ଦିନ ଘରୁ ଯାଇଥିଲେ, ତେବେ ୩୧ ତାରିଖ ଜଳଲାଗି କରିବା ପରେ ୧ ତାରିଖ ଫେରିବା ଯୋଜନା ରହିଥିଲା । ୩୧ ତାରିଖ ରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଟକି ରହିଥିଲେ ।