୨୪ ଘଣ୍ଟାରେ ରାଜ୍ୟରେ ଗଲାଣି ୧୧ ଜୀବନ

ମୌସୁମୀ ସାଜିଛି ହିମାଚଳ ପାଇଁ ଅଭିଶାପ

ଚଳିତ ବର୍ଷ ମୌସୁମୀ ଯେପରି ହିମାଚଳପ୍ରଦେଶ ପାଇଁ ଅଭିଶପ୍ତ ହୋଇ ଆସିଛି । ଏହି ବର୍ଷ ଏଠାରେ ଜୁନରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି । ଲୋକେ ବାସହରା ହୋଇପଡିଛନ୍ତି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଭୀଷଣ ଭୂସ୍ଖଳନ ଯୋଗୁଁ ବହୁତଳ ପ୍ରସାଦ ସବୁ ମାଟିରେ ମିଶିଛି । ଅଦୀ ଦୟନୀୟ ଭାବେ ଲୋକେ ପ୍ରାଣ ହରାଇଛନ୍ତି ।ତଥାପି ଏପରି ପ୍ରାକୃତିକ ବିପର୍ଯ୍ୟୟରେ ପୂର୍ଣ୍ଣଚ୍ଛେଦ ପଡିନି । ବର୍ଷାର କରାଳ ରୂପରେ ପୁଣି ବଳିପଡିଛି ଅନେକ ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି । ଏହାସହ ୫ଟି ଜାତୀୟ ରାଜପଥ ସହ ୭୦୯ ରାସ୍ତା ବନ୍ଦ ରହିଛି । ବୁଧବାର ସିମଲାରେ ଭୀଷଣ ଭୂସ୍ଖଳନ ହୋଇଛି । ମଣ୍ଡି ପଣ୍ଡୋହରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଟି ଘର ସହ ସ୍କୁଲ ବି ପାଣିରେ ବହିଯାଇଛି ।