ଖୋଲିଲା ହୀରାକୁଦର ଆଉ ୪ ଗେଟ

ଫୁଲୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେଉଁଥିପାଇଁ ପୁଣି ଖୋଲିଛି ହୀରାକୁଦ ଜଲଭଣ୍ଡାର ଆଉ୪ ଟି ଗେଟ । ଗତକାଲି ହୀରାକୁଦ ଜଲଭଣ୍ଡାର ୮ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଲସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ପୁଣି ଆଉ ୪ ଟି ଗେଟ ଖୋଲିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି  । ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଲସ୍ତର ଆହୁରି ବଢ଼ିବାର ସମ୍ଭାବନା ରହୁଛି । ତାକୁ ନଜରରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।

ବାମପଟୁ ୮ଟି, ଡାହାଣ ପଟୁ ୪ଟି ଗେଟ୍ ଖୋଲିଛି । ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ଅଧିକ ଥିବାରୁ ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୧୪.୦୬ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ ବେଳେ ୧ ଲକ୍ଷ ୫୮ ହଜ଼ାର ୮୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ୧୨ଟି ଗେଟ ଖୋଲାଥିବା ସତ୍ୱେ କୌଣସି ବନ୍ୟାଭୟ ନଥିବା କହିଛନ୍ତି ।