ଖୁବଶୀଘ୍ର ମିଳିବ ‘ସୁଭଦ୍ରା ଯୋଜନା’ର ତୃତୀୟ ପର୍ଯ୍ୟାୟ ଟଙ୍କା
ସୁଭଦ୍ରାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିଥିବା ବେଳେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏଯାବତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି । ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି । ଖୁବ୍ ଜଲ୍ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏନପିସିଏ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦେଇଛୁ । କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଘରକୁ ଘର ଯାଇ, ବ୍ଲକ ବା ଜିଲ୍ଲା ପ୍ରଶାସନ ଜରିଆରେ ଯୋଗ୍ୟ କରିବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଯେଉଁମାନେ ନପାଇ ୨ ଥର ଆବେଦନ କରୁଛନ୍ତି, ସେମିତି ଅନାବଶ୍ୟକ ବରଂ ଆଉ ଆବେଦନ ନକରି କ’ଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।