ଦେଶରେ ୭୦୨ ନୂଆ ଆକ୍ରାନ୍ତ, ୬ ମୃତ୍ୟୁ

ରାଜ୍ୟରେ ଆଉ ୩ନୂଆ ପଜିଟିଭ

ଚିନ୍ତା ବଢାଉଛି କରୋନା । ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଆଜି ଆଉ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । କୋଭିଡ ଟେଷ୍ଟିଂ ବଢ଼ାଇଦିଆଯାଇଥିବା ମଧ୍ୟ କହିଛନ୍ତି । ୬୯୦ ଟେଷ୍ଟିଂ କରାଯାଇଥିଲା, ସେଥିରୁ ୩୭୮ ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଉଛି । ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ କଟକଣା ନେଇ ସାରା ରାଜ୍ୟ ପାଇଁ କୌଣସି ଗାଇଡଲାଇନ ହୋଇ ନାହିଁ । ସେପଟେ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଶେଷ କରି କେରଳରେ ସ୍ଥିତି ସଙ୍ଗୀନ ରହିଛି ।