ଲକ୍ଷ୍ମୀ ବସ୍‌ ବ୍ୟୟ ୪ ଶହ କୋଟି, ଆୟ ମାତ୍ର ୨୫ କୋଟି

୩୭୪ କୋଟି କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ୍‌

ଲକ୍ଷ୍ମୀ ବସ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ବୟାନ । ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ। ସେ ଗୃହରେ କହିଛନ୍ତି ଯେ, ସରକାର ୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି । ଅକ୍ଟୋବର ୨୦୨୩ ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି ହୋଇଥିବା ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ। ସେହିପରି ପରିବହନ ମନ୍ତ୍ରୀ ଉତ୍ତରରେ ଆହୁରି କହିଛନ୍ତି ଯେ, ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍‌ ଚାଲିଛି । ବସ୍‌ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।

Leave a Reply

Your email address will not be published. Required fields are marked *