୪ ବର୍ଷରେ ୩୬ ହଜାର ୪୨୦ ମହିଳା, ୮ ହଜାର ୪୦୩ ଶିଶୁ ନିଖୋଜ
ସାମ୍ନାକୁ ଆସିଲା ମହିଳା ଓ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର। ଗତ ୪ ବର୍ଷରେ ୩୬ ହଜାର ୪୨୦ ମହିଳା ନିଖୋଜ ଅଛନ୍ତି। ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ ଅଛନ୍ତି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। ଦଲାଲଙ୍କ ଦ୍ବାରା ଅନ୍ୟ ରାଜ୍ୟକୁ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି। ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ୧୪୧୭ ମହିଳା ଓ ୧୮୫୭ ଶିଶୁ ଉଦ୍ଧାର ହୋଇଛନ୍ତି। ୪ ବର୍ଷରେ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
