ରାଜଧାନୀରେ ମାତିଛନ୍ତି ମିଛ ପୋଲିସ , କଥାଟି ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ବାସ୍ତବରେ ଏପରି କିଛି ଘଟଣା ଏବେ ଦେଖିବାକୁ ସାମ୍ନାକୁ ଆସିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣଙ୍କ ସାଜିଥିଲେ ମିଛ ପୋଲିସ । ଆଉ ପୋଲିସ ପରିଚୟ ଦେଇ ଲିଫ୍ଟ ମାଗିଲେ, ପରେ ଲୁଟିଲେ । ଯାହାକୁ ଲୁଟିଲେ ସେହି ଲୋକ ହାତରେ ଧରା ପଡିଲେ । ଏମିତି ଏକ ଘଟଣା ଘଟିଛି ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ।
ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଦିଆ ଦାସ । ସେ ପେଷାରେ ଜଣେ ଟେକ୍ନିସିଆନ ଏବଂ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୩ ତାରିଖରେ କାମ ସାରି ଫରୁଥିବା ସମୟରେ ଜଣେ ମହିଳା ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ତାଙ୍କୁ ଲିଫ୍ଟ ମାଗିଥିଲେ । କିଛିବାଟ ଆସିବା ପରେ ରାସ୍ତାରେ ଅଟକାଇ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପଦିଆଙ୍କ ବ୍ୟାଙ୍ଗ ଚେକ୍ କରିଥିଲେ । ପରେ ୩୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।
ଗତକାଲି ପଦିଆ ଘରକୁ ଫେରୁଥିବାବେଳେ ଲକ୍ଷେଶ୍ବର ମନ୍ଦିରରେ ସଂପୃକ୍ତ ମହିଳାଙ୍କୁ ଦେଖି ତାଙ୍କ ପିଛା କରିଥିଲେ । ମହିଳାଜଣକ ତାଙ୍କୁ ଦେଖି ଦୌଡ଼ି ପଳାଉଥିବାବେଳେ ପିସିଆର ସହାୟତାରେ ତାଙ୍କୁ ଗିରଫ କରିଥିଲେ । ପୋଲିସ ଅଭିଯୁକ୍ତା ମହିଳା ଉର୍ମିଳା ବାରିକଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ୍ । ଏହି ଘଟଣା ଏବେ ସାରା ରାଜଧାନୀରେ ମିଛ ପୋଲିସର ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି ।