ହିଂସା ଛାଡି ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ

ହିଂସା ଛାଡି ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ

ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୩୪ ଜଣ ମାଓବାଦୀ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୩୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବିଜାପୁର ଏସପିଙ୍କ ନିକଟରେ କରିଛନ୍ତି ଆତ୍ମସମର୍ପଣ । ଯେଉଁଥିରେ ୭ଜଣ ମହିଳା କ୍ୟାଡର ଏବଂ ୨୭ଜଣ ପୁରୁଷ କ୍ୟାଡର ଅଛନ୍ତି । ଏମାନଙ୍କ ମୁଣ୍ଡରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି । ମାଓ ସଙ୍ଗଠନର ଡିକେଏସଜେଡସି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଏଓବି ଡିଭିଜନର ମାଓବାଦୀମାନେ ଏହି ଆତ୍ମସମର୍ପଣରେ ସାମିଲ । ଏହି ୩୪ଜଣ କ୍ୟାଡରଙ୍କ ମଧ୍ୟରେ କେରଲପାଲ କ୍ଷେତ୍ର କମିଟି DVCM, ACM, CNM, ଭଳି ବହୁ କ୍ୟାଡର ମାଓବାଦୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *