୩୦ଟି ବଗି ଛାଡ଼ି ପଳାଇଲା ଟ୍ରେନ୍
ଭଦ୍ରକ ରେଳଷ୍ଟେସନରେ ପୁଣି ବଗି ଛାଡି ଚାଲିଗଲା ଟ୍ରେନ୍ । ଚଳନ୍ତା ମାଲବାହୀ ଟ୍ରେନ୍ ୩୦ଟି ବଗିକୁ ଛାଡ଼ି ପଳାଇଛି । ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଇଂଜିନ ଠାରୁ ବଗିଗୁଡ଼ିକ ଅଲଗା ରହିବା ପରେ ପୁଣି ଥରେ ଯୋଡ଼ାହୋଇଛି। ରେଳ କର୍ମଚାରୀଙ୍କ ଖାମଖିଆଲି ଓ ଅବହେଳା କାମ ଯୋଗୁ ଏହିପରି ହୋଇଥିବା ନେଇ ଆଲୋଚନା ହେଉଛି । ଘଟଣାଟି ଘଟିଛି ଆଜି ଅପରାହ୍ନ ସମୟରେ। ଭଦ୍ରକ ଷ୍ଟେସନର ୧୧୮ ନଂ ଏଲସି ଗେଟ୍ ଡଗରା ସାହି ନିକଟରେ ଏହି ଘଟଣା ଘଟିଛି । ଯଦି ସେହି ସମୟରେ ଏହି ଲାଇନରେ ଅନ୍ୟ ଏକ ଟ୍ରେନ୍ ଆସିଥାନ୍ତା ପରିସ୍ଥିତି ଅଣାୟତ ହୋଇଥାନ୍ତା। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣା ଘଟିବା ପୂର୍ବରୁ ସବୁର ଠିକ୍ ହୋଇସାରିଛି ।
