ଟ୍ୟୁସନରେ ଶୋଇଥିଲେ, କାମୁଡ଼ିଦେଲା ସାପ

ସାପ କାମୁଡାରେ ୩ ଛାତ୍ରଛାତ୍ରୀ ମୃତ, ଜଣେ ଗୁରୁତର

ସାପ କାମୁଡ଼ାରେ ୨ ଛାତ୍ରୀ ଓ ୩ ଛାତ୍ର ମୃତ, ଜଣେ ଗୁରୁତର । କୋଚିଂ ସେଣ୍ଟରରେ ଶୋଇଥିବାବେଳେ ସାପ କାମୁଡ଼ାରେ ୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିନ୍ତପୁରରେ ଥିବା ଏକ କୋଚିଂ ସେଣ୍ଟରରେ ଏପରି ଘଟଣା ଘଟିଛି । ଗୁରୁତରଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ରହିଛି । ମୃତ ଛାତ୍ରଛାତ୍ରୀ ତୃତୀୟ ଓ ଚତୁର୍ଥ ଶ୍ରେଣୀର ବୋଲି ଜଣାପଡ଼ିଛି । ଖବର ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ନିଶ୍ଚିନ୍ତପୁର ଅଞ୍ଚଳରେ ଥିବା ଏକ ପ୍ରାଇଭେଟ କୋଚିଂ ସେଣ୍ଟରରେ ରହୁଥିବା ଏହି ଛାତ୍ରଛାତ୍ରୀ ତଳେ ମଶିଣା ପକାଇ ଶୋଇଥିବାବେଳେ ସାପଟି କାମୁଡ଼ିଥିବା ଜଣାପଡ଼ିଛି ।