ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ
ମାଲକାନଗିରି ଜିଲ୍ଲା ନିକଟବର୍ତ୍ତୀ ଓଡ଼ିଶା-ତେଲେଙ୍ଗାନାନ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ଅପରେସନ ସମୟରେ ୩ ଜଣ ଗ୍ରେହାଉଣ୍ଡ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ମୁଲୁଗୁ ଜିଲ୍ଲାର ପେରୁରୁ ଏବଂ ୱାଜେଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଓଡ଼ିଶା-ତେଲେଙ୍ଗାନା ସୀମାରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଏହା ସହିତ ଜଣେ ଯବାନ ଆହତ ହୋଇଛନ୍ତି। ମିଳିତ ସୁରକ୍ଷା କର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
