ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ

ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ

ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶପଥ ନେଇଛନ୍ତି ଦେବାଶିଷ ସାମନ୍ତରାୟ ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ । ଓଡ଼ିଆରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ ଓ ଶୁଭାଶିଷ ଖୁଣ୍ଟିଆ । ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହେବାର ଥିଲା, ଯାହା ଏବେ ପୂରଣ ହୋଇଛି । ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।