ଏନକାଉଣ୍ଟରରେ ୩ ନକ୍ସଲ ନିହତ
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲାରେ ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟ । ଘାଘରା ଥାନା ସେହଲ ଲଭଡାଗ ଗାଁରେ ଏହି ଏନକାଉଣ୍ଟର ହୋଇଛି । ତେବେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି । ସମସ୍ତ ତିନି ଉଗ୍ରବାଦୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛି । ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛି।ପୋଲିସ କହିଛି ଯେ ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଦୀପକ ଲୋହାର ବୋଲି ଜଣାପଡ଼ିଛି l ଉଗ୍ରବାଦୀମାନଙ୍କୁ ଏବେ ବି ଚିହ୍ନଟ କରାଯାଉଛି ।
