ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ
ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ ହିତାଧିକାରୀ। ଆଜି ବିଧାନସଭାରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ପ୍ରଭାତୀ ପରିଡ଼ାଙ୍କ ଉତ୍ତର ଦେଇଛନ୍ତି। ୨ୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ୍ ପଡ଼ିଛନ୍ତି । ସୁଭଦ୍ରାର ୧ମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଛନ୍ତି । ସୁଭଦ୍ରାର ୨ୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ।ମୋଟ୍ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ ।
