ଏନ୍‌କାଉଣ୍ଟର୍‌ରେ ୩ ଜୈସ୍‌ ଆତଙ୍କୀ ନିପାତ

ସୁରକ୍ଷାବାହିନୀର ଏନ୍‌କାଉଣ୍ଟର୍‌ରେ ୩ ଜୈସ୍‌ ଆତଙ୍କୀ ନିପାତ

ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍‌-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ବିିତୀୟ ଏନ୍‌କାଉଣ୍ଟର୍‌।ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ଏନକାଉଣ୍ଟର।ସୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ହତ୍ୟା କରିବାର ଦୁଇ ଦିନ ପରେ ଏହି ଏନ୍‌କାଉଣ୍ଟର୍‌ ଘଟିଛି।