ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ବଧାଦେବ ସିଂଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ରିଲିଭ୍

କେନ୍ଦ୍ରୀୟ ଡେପୁଟେସନ ପାଇଁ ୩ ଆଇଏଏସ୍ ଙ୍କୁ ରିଲିଭ୍

କେନ୍ଦ୍ରୀୟ ଡେପୁଟେସନ ପାଇଁ ୩ ଆଇଏଏସ୍ ଙ୍କୁ ରିଲିଭ୍। ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ବଧାଦେବ ସିଂଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ରାଜ୍ୟ ସରକାର ରିଲିଭ୍ କରିଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଯିବେ।କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ସେ ଦାୟିତ୍ବ ତୁଲାଇବେ । ୫ ବର୍ଷ ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନୂଆ ଦାୟିତ୍ବରେ ରହିବେ। ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ତାଙ୍କୁ ରିଲିଭ୍ କରାଯାଇଛି। ସେହିପରି ଲଘୁ ଖଣିଜ ସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବା ସମର୍ଥ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବେ।କେନ୍ଦ୍ରୀୟ ଜାହାଜ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶକ ଭାବେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ। ସେହିପରି ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସ୍ବଧାଦେବ ସିଂ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ସେ କେନ୍ଦ୍ରୀୟ ସେନ୍ ସସ୍ ଅପରେସନ୍ ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବେ। ଆସନ୍ତା ୧୩ ତାରିଖରୁ ସେମାନଙ୍କୁ ରାଜ୍ୟ ସରକାର ଦାୟିତ୍ବରୁ ରିଲିଭ କରିଛନ୍ତି ।