ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ

୩ଘଣ୍ଟା ବିଳମ୍ବରେ ନୀତିକାନ୍ତି

ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି । ଗତକାଲି ରାତିଅନିଦ୍ରା ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିରରେ ରାତ୍ର ପହୁଡ଼ ନୀତି ହୋଇନଥିଲା। ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ଼ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ । ଏଥିସହ ସେମାନଙ୍କ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡି ପଳାଇଯାଇଥିଲେ । ଫଳରେ ଗତକାଲିଠୁ ଶତାଧିକ ଅଭଡା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡୁଆ ବାହାରିଛି ।