୩ ହାର୍ଡକୋର ମାଓବାଦୀ ଗିରଫ
ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ହାର୍ଡକୋର ମାଓବାଦୀକୁ ସୁକମା ପୁଲିସ ଗିରଫ କରିଛି। ଜଗରଗୁଣ୍ଡା ଥାନା ଅଂଚଳରେ ଯବାନ କମ୍ବିଂ ଅପରେସନ୍ରେ ନିୟୋଜିତ ଥିବା ବେଳେ ଏହି ନକ୍ସଲମାନେ ଜଂଗଲରେ ଲୁଚିବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଏହି ୩ ଜଣ ନକ୍ସଲକୁ ଗିରଫ କରିଥିଲେ। ଏମାନଙ୍କୁ ଧରି ପଚାରିବାରୁ ଏମାନେ ମାଓ ସଂଗଠନର ଆଗଧାଡିର କମ୍ରେଡ ବୋଲି ସ୍ବୀକାର କରିଥିଲେ।ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଛି। ଜିଲ୍ଲା ପୁଲିସ ଏବଂ ବିଏସଏଫର ୧୬୫ ବାଟାଲିୟନର ଯବାନ ଏହି ନକ୍ସଲଙ୍କୁ ଧରିବାରେ ସଫଳତା ହାସଲ କରିଛନ୍ତି। ଏମାନଙ୍କ ନାମରେ ହିଂସା ଘଟାଇବା, ହତ୍ୟା କରିବା, ପୁଲିସ ଉପରେ ଆକ୍ରମଣ କରିବା ଭଳି ସଂଗୀନ ଅଭିଯୋଗ ରହିଛି।
