୩ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ରେସ୍କ୍ୟୁ ଟିମ୍

ବୁଡ଼ିଯାଇଥିଲା ଡଙ୍ଗା, ଉଦ୍ଧାର ହେଲେ ସବୁ ମତ୍ସ୍ୟଜୀବୀ

ଉଦ୍ଧାର ହେଲେ ପାଞ୍ଚ ଜଣ ମାଛଧରାଳୀ । ମଙ୍ଗଳବାର ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ମୁହାଣରେ ବାସୁଳେଇ ଭରଷା ନାମକ ଏକ ବୋଟ ବୁଡି ଯାଇଛି  । ଫଳରେ ବୋଟରେ ଥିବା ୮ ଜଣ ମତ୍ସଜୀବୀ ପାଣିରେ ବୁଡି ଯାଇଥିଲେ। ତିନୋଟି ବୋଟରେ ପାଞ୍ଚଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି ।  ସମସ୍ତଙ୍କୁ କୂଳକୁ ଅଣାଯାଉଛି । ଆଉ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର,  ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟଗାର୍ଡର ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ କରାଯାଇଥିଲା । କୋଷ୍ଟଗାର୍ଡ ହେଲିକପଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ହେଲେ ଅନ୍ଧାର ଓ ଉଚ୍ଚ ଜୁଆର ଯୋଗୁ ଉଦ୍ଧାରକାର୍ଯ୍ୟ ଅଧାରେ ବନ୍ଧ ରଖାଯାଇଥିବା ଜଗତସିଂହପୁର ଏସ୍ପି ରାହୁଲ ପିଆର ସୂଚନା ଦେଇଛନ୍ତି।