ରାଷ୍ଟ୍ରପତି ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା

୩ ଦିନ ଶିମିଳିପାଳ ବନ୍ଦ

ରାଷ୍ଟ୍ରପତି ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସମେତ ରାତ୍ରି ରହଣି କରିବେ । ତେଣୁ କରି ସୁରକ୍ଷା ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *