କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ

ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷଙ୍କ କ୍ରସ ଭୋଟିଂ

ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟି କରିଛନ୍ତି ।ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ । ଦଳ ବିରୋଧୀ କାମ କରିଛନ୍ତି,ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।

Leave a Reply

Your email address will not be published. Required fields are marked *