ଭଡ଼ାଘରୁ ମିଳିଲା ଶିକ୍ଷୟତ୍ରୀ ଓ ଦୁଇ ଶିଶୁଙ୍କ ମୃତଦେହ

ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ

ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ଅଭାବନୀୟ ଘଟଣା । ଭଡ଼ାଘରୁ ମିଳିଲା ଶିକ୍ଷୟତ୍ରୀ ଓ ଦୁଇ ଶିଶୁଙ୍କ ମୃତଦେହ । ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ତାଙ୍କର ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ । ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ତିନିଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।