ଆଜି ମହିଳାଙ୍କ ଆକାଉଣ୍ଟକୁ ଆସିବା ୧ଟଙ୍କା
ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ଆଜି ଆସିବ ୧ ଟଙ୍କା । ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ‘ସୁଭଦ୍ରା’ ଟଙ୍କା । ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ । ଆଜି ସୁଦ୍ଧା ୩୨ ଲକ୍ଷ ଏମ୍ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପରୀକ୍ଷା ମୂଳକ ଭାବେ ୧ଟଙ୍କା ଲେଖାଏଁ ଆସିବ । ଯେଉଁମାନଙ୍କ ଖାତାକୁ ୧ଟଙ୍କା ଆସିବ, ସେମାନଙ୍କ ଖାତାକୁ ଆସନ୍ତା ୯ତାରିଖରେ ବାକି ଟଙ୍କା ଆସିବ । ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।
