୩ ମାସ ପରେ ବି ୨୮ ମୃତଦେହ ଖୋଜୁଛି ଠିକଣା

ଆଉ କେତେ ଦିନ ଅପେକ୍ଷା, ଏଯାଏଁ ଶବ ପାଉନି ପରିଚୟ

ଆଉ କେତେ ଦିନ ଅପେକ୍ଷା । ଶବକୁ ଏଯାଏଁ ମିଳୁନି ଠିକଣା । ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ବିତିଗଲାଣି । ତଥାପି ଏମ୍ସରେ ପଡି ରହିଛି ଅନେକ ଶବ । ଆହୁରି ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି । ଏହାସହ ଗତ ୧୦ ଦିନ ହେବ ମୃତଦେହ ଚିହ୍ନଟ ପାଇଁ କେହି ବି ଆସି ନଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଡକ୍ଟର ଦୀଲିପ କୁମାର ପରିଡା । ଏଭଳି ସ୍ଥିତିରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରେଳମନ୍ତ୍ରଣାଳୟର ନିଷ୍ପତ୍ତି ପରେ ଏହି ଅଜ୍ଞାତ ଶବ ଗୁଡିକୁ ସଂସ୍କାର କରାଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।