ରଥଯାତ୍ରା: ଲାଗିବ ୨୭୫ ଏଆଇ କ୍ୟାମେରା, ଡ୍ରୋନ୍
ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲା ଚୁଡାନ୍ତ ଆକ୍ସନ ପ୍ଲାନ୍।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସମନ୍ଵୟ ବୈଠକରେ ସବୁ ବିଭାଗ ଦେଲେ ଫାଇନାଲ ରିପୋର୍ଟ ।ସେବା ମନୋଭାବ ଓ ଉତ୍ତର ଦାୟିତ୍ଵ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତ ଙ୍କ ପାଇଁ ହେବ ରେକର୍ଡ ସଂଖ୍ୟକ ଯାନବାହାନ ବ୍ୟବସ୍ଥା।ଷ୍ଟାଫ ଅଭାବକୁ ପଛରେ ରଖି ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ ।ଅପରେସନ ସିନ୍ଦୂର ପରେ ବଡ ଧାର୍ମିକ ଉତ୍ସବ ଭାବରେ ରଥଯାତ୍ରା ହେଉଥିବାରୁ ସୁରକ୍ଷା, ଶୃଙ୍ଖଳା ଦିଗରୁ ପ୍ରସ୍ତୁତ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଚଳିତଥରର ଶେଷ ରଥଯାତ୍ରା ସମନ୍ଵୟ ବୈଠକ ବା ସ୍ବତନ୍ତ୍ର ସମନ୍ୱୟ ବୈଠକ ।ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଆକଳନ କରାଯାଉଛି,କହିଛନ୍ତି ମୁଖ୍ୟମନ୍ତ୍ରୀ ।ରେକର୍ଡ ସଂଖ୍ୟକ ଭକ୍ତଙ୍କ ସହଜ ପରିବହନ ପାଇଁ ହୋଇଛି ରେକର୍ଡ ସଂଖ୍ୟକ ଯାନବାହାନ ବ୍ୟବସ୍ଥା ।ଷ୍ଟାଫ ଅଭାବକୁ ପଛରେ ରଖି ଚଳିତ ବର୍ଷ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଅପରେସନ ସିନ୍ଦୂର ପରେ ରଥଯାତ୍ରା ହେଉଛି ଦେଶର ସବୁଠାରୁ ବଡ ଧାର୍ମିକ ଉତ୍ସବ ।ତେଣୁ ସୁରକ୍ଷା ମୁଖ୍ୟ ଫୋକସ୍ ରେ ରହିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସମ୍ଭାବ୍ୟ ଅଘଟଣ ଏଡାଇବାକୁ ହୋଇଛି ବଡ ପ୍ରସ୍ତୁତି ।ଉଚ୍ଚ ଅଟ୍ଟାଳିକା ଉପରେ ବାଇନ୍ନାକୁଲାର ସାହାଯ୍ୟରେ ତୀକ୍ଷ୍ଣ ନଜର ରଖାଯିବା ସହ NSG ଶ୍ନାଇପର୍ ଟିମ୍ ପ୍ରସ୍ତୁତ ରହିବେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଇନସିଡେଣ୍ଟ ଫ୍ରି ଇଭେଣ୍ଟ ବା ଅଘଟଣ ଶୂନ୍ୟ ଯାତ୍ରା ପାଇଁ ହୋଇଛି ପ୍ରସ୍ତୁତି ।ସ୍ବାସ୍ଥ୍ୟ ସେବାରେ ମୋବାଇଲ୍ ହସ୍ପିଟାଲ, ଆକ୍ସିଡେଣ୍ଟ ରିକୋଭରୀ ଭ୍ୟାନ,ଫ୍ରି ଫ୍ଲୋଇଁ କରିଡ଼ର,ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା,ଲାଇଫ ଗାର୍ଡ ମୁତୟନ,ଆକାଶ ମାର୍ଗରୁ କଡା ନଜର ରଖାଯିବା ଉପରେ ଗୁରୁତ୍ବ ଦିଆଯାଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।କର୍ମଚାରୀଙ୍କ ଅଭାବ କୌଣସି ସମ୍ଭାବ୍ୟ କାରଣ ପାଇଁ ଏକ କାରଣ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଶୃଙ୍ଖଳା ରହିଛି ଚଳିତ ଥରର ମୁଖ୍ୟ ଫୋକସ୍ ।ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ର କୁ ଜଗିଛି ୨୭୫ ଟି AI CAMERA ।DRONE ସାହାଯ୍ୟରେ ହେବ ଟ୍ରାଫିକ ଓ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା CHAT BOT APP ସାହାଯ୍ୟରେ ଭକ୍ତ ଙ୍କୁ ନୀତି କାନ୍ତି ସୂଚନା ,ବିକଳ୍ପ ଟ୍ରାଫିକ ବ୍ୟବସ୍ଥା,ଟ୍ରାଫିକ ରୁଟ ମ୍ୟାପ,ରୋଡ ମ୍ୟାପ ସୂଚନା ଆଦି ପାଇଁ ବ୍ୟବସ୍ଥା କରାଯାଇଛି ।୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି ।ସେଇଭଳି ମୁତୟନ ରହିବେ QRT ବା କ୍ୱିକ୍ ରେସପନସ ଟିମ୍ ।ବରିଷ୍ଠ ପୋଲିସ ମାନଙ୍କୁ ଦିଆଯାଇଛି ଦାୟିତ୍ଵ।୧୦ହଜାର ରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ଟ୍ରାଫିକ କୁ ୩ ଭାଗରେ ବିଭକ୍ତ କରାଯାଇଛି।୨୬ ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି।୪ ଚକିଆ ପାଇଁ ୧୧ଟି,୨ ଚକିଆ ପାଇଁ ୬ ଟି,ପାର୍କିଂ ଚିହ୍ନଟ କରାଯାଇଛି।୩୯ ଟି ଟ୍ରାଫିକ ପୋଷ୍ଟ ପ୍ରସ୍ତୁତ ରହିଛି।ନୌସେନା, ତଟରକ୍ଷୀ ବାହିନୀ , ମେରାଇନ ପୋଲିସ ସହ ମିଳିତ ପାଟ୍ରୋଲିଂ କରିବେ ଟିମ୍ ।ଜାହାଜରେ ରହିବେ QRT ଟିମ।ସହରର ସମସ୍ତ ସ୍ଥାନରେ ଆଣ୍ଟି ଟେରୋରିଷ୍ଟ ଟିମ୍ ରହିବେ।ଆମ୍ବୁଲାନ୍ସ କୁ ବାଟ କଢାଇବା ପାଇଁ ପ୍ରସ୍ତୁତ ରହିବ ଗ୍ରୀନ କରିଡ଼ର ।
