‘ବିଜେପିରେ ମିଶିବେ ବିଜେଡିର ୨୭ ବିଧାୟକ’
ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । କହିଲେ, ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି । ୨୭ ବିଧାୟକ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । କିଛି ବଡ଼ ପଦବୀ ବି ଦିଆଯାଇପାରେ । କଣ ଦାୟିତ୍ୱ ଦିଆଯିବ, ଦଳର ନେତୃତ୍ୱ ନିଷ୍ପତ୍ତି ନେବେ ।ସେ ଆହୁରି କହିଛନ୍ତି, ବିଜେଡି ଏବେ ବିଗ ଜିରୋ । ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ, ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି ବିଜେପି ରାଷ୍ଟ୍ରୀୟ ଦଳ ବୋଲି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।