ହେନ୍ତାଳ ବଣ ସୁରକ୍ଷା ପାଇଁ ୨୬୦ କୋଟି ବ୍ୟୟ ବରାଦ

ହେନ୍ତାଳ ବଣ ସୁରକ୍ଷା ପାଇଁ ୨୬୦ କୋଟି ବ୍ୟୟ ବରାଦ

ରାଜ୍ୟରେ ହେନ୍ତାଳ ବଣ ସୁରକ୍ଷା ପାଇଁ ୨୬୦ କୋଟି ବ୍ୟୟ ବରାଦ କରାଯାଇଛି । ସଂସଦରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ରଖି ଏହା କହିଛନ୍ତି । ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦-୫୦ କିଲୋମିଟର ବ୍ୟାପି ରହିଛି। ତତ୍ ମଧ୍ୟରେ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି । ସେମାନଙ୍କ ମଧ୍ୟରୁ ଡଲଫିନ, କୁମ୍ଭୀର ଏବଂ ଅଲିଭ ରିଡଲେ କଇଁଛ ଅନ୍ୟତମ। ମତ୍ସ୍ୟଜୀବୀ ଏବଂ ନାବିକମାନେ ତାଙ୍କର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି । ୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା ।

Leave a Reply

Your email address will not be published. Required fields are marked *