ଚାନ୍ଦବାଲିରୁ ଧରା ହେଲା ୨୬କିଲୋର ବିରଳ ମାଛ !

ମାଛର ମୂଲ୍ୟ ୫ଲକ୍ଷ ୩୩ହଜାର !

ମାଛ… ନାଁ ଟି ଯେତେ ସୁନ୍ଦର ଆମିଷ ଖାଦ୍ୟ ହିସାବରେ ମଧ୍ୟ ବେସ ପସନ୍ଦ। ସାଧାରଣତଃ ବୁଧବାର ଶୁକ୍ରବାର କିମ୍ବା ରବିବାର ଆସିଲେ ଏହି ମାଛ କଥା ହିନ ମାନେ ପଡେ । ଆଉ ଯାହାର ରେଟ ପାଖାପାଖି ଦୁଇଶହ ମଧ୍ୟରେ ରହିଥାଏ । କିନ୍ତୁ ଆଜି ଆମେ ଏମିତି ଏକ ମାଛ କଥା କହିବୁ ଯାହାର ଦର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ , କାହିଁକି ନା ମାଛଟିର ଦର ୫ଲକ୍ଷ ୩୩ହଜାର । ତେବେ ଏଭଳି ବିରଳ ମାଛଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ଅଞ୍ଚଳରେ ।

ସୂଚନା ଅନୁସାରେ ଚାନ୍ଦବାଲି ଧାମରା ମୁହାଣ ଠାରୁ ପ୍ରାୟ ୨୫ କିଲୋମିଟର ଦୂର ସମୁଦ୍ରରୁ ଧୀବରମାନେ ଏହି ବିରଳ ମାଛଟିକୁ ଧରିଥିଲେ । ତେବେ ଏହି ମାଛଟିର ନାମ ତେଲିଆ ହୋଇଥିବା ବେଳେ ଏହାର ଓଜନ ୨୬ କିଲୋଗ୍ରାମ ହୋଇଥିବା ଜଣା ପଡିଛି। ସବୁଠୁ ବଡ କଥା ହେଲା ଏହି ମାଛଟିର କେଜି ପ୍ରତି ମୂଲ୍ୟ ୨୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି  ।ଏହି ମାଛଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।