ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ଼ ସଫଳତା । ୨୦ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୯ ଜଣ ମହିଳା ମାଓବାଦୀ ରହିଛନ୍ତି । ମାଓବାଦୀଙ୍କ ନାଁରେ ଥିଲା ୩୩ ଲକ୍ଷ ଟଙ୍କା ପୁରସ୍କାର । ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ବଡ଼ ବଡ ହିଂସା କାଣ୍ଡରେ ସାମିଲ ଥିଲେ । ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଆଠ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।ହେଲେ ଛତିଶଗଡରେ ଏବେ ମାଓ ଦମନ ଅପରେସନକୁ ଜୋରଦାର କରିଥିବା ବେଳେ ଭୟବିତ ମାଓ ସଂଗଠନ। ଏବେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଛନ୍ତି । ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି ।
