ମହାନଦୀରେ ୨୦ଫୁଟ ଘାଇ

ଜଗତସିଂହପୁର ତେରମାଣପୁରରେ ଘାଇ, ଆତଙ୍କିତ ଲୋକେ

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢିଚାଲିଛି ନଦୀମାନଙ୍କର ଜଳସ୍ତର । ଏମିତିକି ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ଥିବା ବେଳେ ମହାନଦୀର ଜଳସ୍ତର ମଧ୍ୟ ତଳିଆ ଅଞ୍ଚଳରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଏମିତିକି ମହାନଦୀରେ ଦେଖା ଦେଇଛି ବଡ ଘାଇ । ଯାହାକୁ ନେଇ ଆତଙ୍କିତ ଲୋକେ । ଏଭଳି ବଡ ଘାଇ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ଅଞ୍ଚଳରେ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି ।

ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି । ଆଜି ସକାଳେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି ।