ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ଟ୍ରେନରେ ଯିବା ଆସିବା ଟିକେଟ୍ ଏକାଥରେ କିଣିଲେ ୨୦% ରିହାତି

ଭାରତୀୟ ରେଳବାଇ ପକ୍ଷରୁ ପାର୍ବଣ ଋତୁ ପୂର୍ବରୁ ଯାତ୍ରୀଙ୍କ ପାଇଁ ବଡ଼ ଉପହାର । ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ବଢ଼ାଇବା ଏବଂ ଉଭୟ ଦିଗରେ ଟ୍ରେନ୍‌ଗୁଡ଼ିକର ସଠିକ୍‌ ବ୍ୟବହାର ସୁନିଶ୍ଚିତ କରିବା ପାଇଁ “ରାଉଣ୍ଡ ଟ୍ରିପ୍‌ ପ୍ୟାକେଜ୍‌ ଯୋଜନା” ଲାଗୁ କରିବାକୁ ଯାଉଛି। ଏହା ଅଧୀନରେ ଯାତ୍ରୀମାନେ ଯିବା ଓ ଫେରିବାର ଟିକେଟ୍‌ ଏକାଠି କଲେ ୨୦% କମ୍‌ ଭଡ଼ା ଦେବେ । ଏହି ସୁବିଧା ଉଠାଇବା ପାଇଁ ଯାତ୍ରୀମାନେ ୧୪ ଅଗଷ୍ଟରୁ ଟିକେଟ୍‌ ବୁକିଂ ଆରମ୍ଭ କରିପାରିବେ

ଏହି ଯୋଜନାର ଲାଭ କେବଳ ସେହି ଯାତ୍ରୀମାନେ ପାଇବେ ଯେଉଁମାନେ ଯିବା ଓ ଫେରିବାର ଟିକେଟ୍‌ ଏକାଠି ବୁକ୍‌ କରିବେ । ଏହା ବ୍ୟତୀତ ଫେରିବା ଯାତ୍ରାର ବୁକିଂ ଯିବା ଟିକେଟ୍‌ ବୁକିଂ ପରେ କରିବାକୁ ହେବ। ଏଥିପାଇଁ ଅଗ୍ରୀମ ବୁକିଂ ନିୟମ ଲାଗୁ ହେବ ନାହିଁ।

One thought on “ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

Comments are closed.